୧ ପାଁଚ୍ଦିନ୍ ପଚେ ବଡ୍ ପୁଜାରି ଅନନିୟ କେତେଟା ପାର୍ଚିନ୍ ଆରି ତର୍ତୁଲସ୍ ନାଉଁର୍ ଗଟେକ୍ ଅକିଲ୍ ସଙ୍ଗ୍ ସିସେରିଆଇ ଗାଲାଇ । ସେମନ୍ ପେଲିକ୍ସର୍ ମୁଆଟେ ଟିଆଅଇ ପାଉଲର୍ ବିରଦେ ସେମନର୍ ଦାବା ଜାନାଇଲାଇ । ୨ ତାର୍ପଚେ ପାଉଲ୍କେ ତେଇଆନି ଟିଆ କରାଇଲାଇ ଆରି ତର୍ତୁଲସ୍ ଏନ୍ତି ତାକର୍ ଦାବାମନ୍ ସବୁ ଜାନାଇଲା ।
୧୦ ତାର୍ପଚେ ସାସନ୍କାରିଆ ପାଉଲ୍କେ କାତା ଅଇବାକେ ସାଗିଆ କଲାକେ ପାଉଲ୍ କଇଲା ।
୧୭ [~1~]“ବେସି ବରସ୍ ଦାରି ଦୁରିକେ ରଇଲା ପଚେ, ଜିରୁସାଲେମର୍ ଲକ୍ମନର୍ ପାଇ କିଚି ଡାବୁ ନେବାକେ ଆରି ବଲିଦେବାକେ ମୁଇ ତେଇ ଜାଇରଇଲି । ୧୮ ମୁଇ ନିର୍ମଲ୍ ଅଇବା ବିଦି ସାରାଇଲା ବେଲେ, ସେମନ୍ ମକେ ମନ୍ଦିରେ ଦେକ୍ଲାଇ । ସେଡ୍କିବେଲେ ମର୍ ଲଗେ ବେସି ଲକ୍ ନ ରଇଲାଇ କି କାଇମିସା ଗଣ୍ଡ୍ଗଲ୍ ଅଇ ନ ରଇଲା । ୧୯ ମାତର୍ ତେଇ ଆସିଆ ଦେସର୍ କେତେଟା ଜିଉଦି ରଇଲାଇ, ଜଦି ସେମନ୍କେ ମର୍ ବିରଦେ କାଇଟା କଇବାର୍ ରଇଲା, ଆଗ୍ତୁ ସେମନ୍ ନିଜେ ତମର୍ ମୁଆଟେ ଆସି ଦାବା କର୍ବାର୍ ରଇଲା । ୨୦ ଆରି ତରେକ୍ ମୁଇ ଜେଡେବେଲା ବଡ୍ ସବାର୍ ମୁଆଟେ ଟିଆଅଇରଇଲି, କନ୍ ଅପ୍ରାଦେ ଦସି ଅଇଲି, ସେଟା ଇତି ରଇଲା ଲକ୍ମନ୍ କଅତ୍ । ୨୧ [~2~]ଏଲେମିସା ମୁଇ ଗଟେକ୍ କାତା କଇରଇଲି । ସେମନର୍ ମୁଆଟେ ଟିଆ ଅଇରଇଲା ବେଲେ ମଲାଲକ୍ମନ୍ ଆରିତରେକ୍ ଉଟ୍ବାଇ ବଲି ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ତେ ରଇଲାର୍ ପାଇ ଆଜି ତମର୍ଟାନେ ବିଚାର୍ନା ପାଇଲିନି । ଏଟାକେ ଚାଡି ଆରି ସେମନର୍ ମୁଆଟେ କିଚି କଇନାଇ ।”
୨୨ ପେଲିକ୍ସ୍ ସେ ବାଟ୍ ବିସଇର୍ ଟିକିନିକି ଜାନି ରଇଲାର୍ ପାଇ ସୁନାଇବାଟା ବନ୍ଦ୍ କରି କଇଲା, “ ସନିଅମନର୍ ମୁକିଅ ଲିସିଅସ୍ କେଟ୍ଲା ପଚେ, ମୁଇ ତମର୍ ବିଚାର୍ନା ସୁନାଇବି ।” ୨୩ ତାର୍ପଚେ ସେ ଅଦିକାରେ ରଇବା ମୁକିଆକେ କଇଲା, “ପାଉଲ୍କେ ବନ୍ଦି ଇସାବେ ଜାଗିରଇବାର୍ ଆଚେ, ମାତର୍ ତାକେ ଦର୍କାର୍ ଅଇବା ଜିନିସ୍ ତାର୍ ଲକ୍ମନ୍ ଆନିଦେଲେ, ସେଟା ତେବାଇବାର୍ ନାଇ ।”
୨୪ କେତେଦିନ୍ ପଚେ ପେଲିକ୍ସ୍ ତାର୍ ଜିଉଦି ମାଇଜି ଦୁର୍ସିଲା ସଙ୍ଗ୍ ତେଇ ଆଇଲା । ସେ ପାଉଲ୍କେ ଡାକାଇ ଜିସୁକିରିସ୍ଟକେ ବିସ୍ବାସ୍ କର୍ବା ବିସଇ, ତାର୍ କାତା ନିକକରି ସୁନ୍ଲା । ୨୫ ମାତର୍ ଜେଡେବେଲେ ପାଉଲ୍ ଦରମ୍ ଚଲାଚଲ୍ତି ଆରି ଲକ୍ମନ୍ ନିଜର୍ ପାପର୍ ଗୁନ୍ଚଲନ୍ ଇସାବେ ନ ଜାଇକରି ନିଜେ ଦାରିଅଇରଇବା ବିସଇ, ଆରି ଆଇବା ଦିନର୍ ବିଚାର୍ନା ବିସଇ କଇବାକେ ଦାର୍ଲା, ପେଲିକସ୍ ଡରିଜାଇକରି “ତମେ ଏବେ ଜାଇପାରାସ୍ ।” ବଲି କଇଲା, “ବେଲା ପାଇଲେ ଆରି ତରେକ୍ ମୁଇ ତମ୍କେ ଡାକାଇବି ।” ୨୬ ସେ ବେଲା ପାଉଲ୍ ତାକେ କେତେକ୍ ଡାବୁ ଲାଚ୍ଁ ଦେଇସି ବଲି ସେ ଆସା କରି ରଇଲା, ସେଟାର୍ ପାଇ ସେ ତର୍କେ ତର୍ ତାକେ ଡାକାଇ ତାର୍ ସଙ୍ଗ୍ କାତାବାର୍ତା ଅଇବାର୍ ଦାର୍ଲା ।
୨୭ ଏନ୍ତି ଦୁଇ ବରସ୍ ଗାଲାପଚେ ପର୍କିୟସ୍ ପେସ୍ଟସ୍ ପେଲିକର୍ ଜାଗାଇ ସାସନ୍କାରିଆ ଅଇ ଆଇଲା । ପେଲିକ୍ସ୍ ଜିଉଦିମନ୍କେ ବଲ୍ବଲାଇ ଅଇବାକେ ମନ୍ କରି ପାଉଲ୍କେ ନ ମୁକ୍ଲାଇ ବନ୍ଦି ଗରେ ଚାଡି ଉଟିଗାଲା ।
<- ପେରିତ୍ 23ପେରିତ୍ 25 ->