1 ଇସ୍ରାଏଲର ପ୍ରଥମଜାତ ରୁବେନ୍ର ସନ୍ତାନଗଣର କଥା, ରୁବେନ୍ ପ୍ରଥମଜାତ ଥିଲା; ମାତ୍ର ସେ ଆପଣା ପିତୃଶଯ୍ୟା[a] ଅଶୁଚି କରିବାରୁ ତାହାର ଜ୍ୟେଷ୍ଠାଧିକାର ଇସ୍ରାଏଲର ପୁତ୍ର ଯୋଷେଫର ପୁତ୍ରମାନଙ୍କୁ ଦିଆଯାଇଥିଲା; ତଥାପି ଜ୍ୟେଷ୍ଠାଧିକାରାନୁସାରେ ବଂଶାବଳୀ ଲେଖା ହୁଏ ନାହିଁ। 2 କାରଣ ଯିହୁଦା ଆପଣା ଭ୍ରାତୃଗଣ ଅପେକ୍ଷା ପରାକ୍ରମୀ ହେଲା ଓ ତାହାଠାରୁ ଅଧିପତି ଉତ୍ପନ୍ନ ହେଲେ; ମାତ୍ର ଜ୍ୟେଷ୍ଠାଧିକାର ଯୋଷେଫର ହେଲା; 3 ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ରୁବେନ୍ର ସନ୍ତାନ ହନୋକ ଓ ପଲ୍ଲୁ, ହିଷ୍ରୋଣ ଓ କର୍ମି। 4 ଯୋୟେଲର ସନ୍ତାନଗଣ;
7 ଯେତେବେଳେ ସେମାନଙ୍କ ବଂଶାବଳୀ ଲେଖାଗଲା, ସେତେବେଳେ ଆପଣା ଆପଣା ଗୋଷ୍ଠୀ ଅନୁସାରେ ଏହାର ଏହି ଭ୍ରାତୃଗଣ ଥିଲେ; ପ୍ରଧାନ ଯିୟୀୟେଲ୍ ଓ ଜିଖରୀୟ 8 ଓ ଯୋୟେଲର ପ୍ରପୌତ୍ର ଶେମାର ପୌତ୍ର ଆସସ୍ର ପୁତ୍ର ବେଲା, ସେ ଅରୋୟେର ଓ ନବୋ ଓ ବାଲ୍-ମୀୟୋନ୍ ପର୍ଯ୍ୟନ୍ତ ବାସ କଲା। 9 ପୁଣି, ପୂର୍ବ ଦିଗରେ ସେ ଫରାତ୍ ନଦୀଠାରୁ ପ୍ରାନ୍ତର-ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ବାସ କଲା; କାରଣ ଗିଲୀୟଦ ଦେଶରେ ସେମାନଙ୍କ ପଶୁଗଣ ବୃଦ୍ଧି ପାଇଥିଲେ। 10 ପୁଣି, ଶାଉଲଙ୍କର ସମୟରେ ସେମାନେ ହାଗରୀୟମାନଙ୍କ ସହିତ ଯୁଦ୍ଧ କରନ୍ତେ, ହାଗରୀୟମାନେ ସେମାନଙ୍କ ହସ୍ତରେ ପତିତ ହେଲେ; ତହୁଁ ଏମାନେ ସେମାନଙ୍କ ତମ୍ବୁରେ ଗିଲୀୟଦ ଦେଶର ପୂର୍ବ ଦିଗରେ ସର୍ବତ୍ର ବାସ କଲେ।
11 ପୁଣି, ଗାଦ୍ର ସନ୍ତାନଗଣ ସେମାନଙ୍କ ସମ୍ମୁଖରେ ସଲଖା ପର୍ଯ୍ୟନ୍ତ ବାଶନ ଦେଶରେ ବାସ କଲେ। 12 ଯୋୟେଲ ପ୍ରଧାନ ଓ ଶାଫମ୍ ଦ୍ୱିତୀୟ, ଆଉ ଯାନୟ ଓ ଶାଫଟ୍ ବାଶନରେ ରହିଲେ; 13 ପୁଣି, ସେମାନଙ୍କର ପିତୃବଂଶଜ ଭ୍ରାତୃଗଣ ମୀଖାୟେଲ, ମଶୁଲ୍ଲମ୍, ଶେବଃ, ଯୋରୟ, ଯାକନ୍, ସୀୟ ଓ ଏବର, ସାତ ଜଣ।
23 ଆଉ ମନଃଶିର ଅର୍ଦ୍ଧ ବଂଶର ସନ୍ତାନଗଣ ସେହି ଦେଶରେ ବାସ କଲେ; ସେମାନେ ବୃଦ୍ଧି ପାଇ ବାଶନଠାରୁ ବାଲ୍-ହର୍ମୋନ୍, ସନୀର୍ ଓ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ବ୍ୟାପିଗଲେ। 24 ପୁଣି, ଏମାନେ ଆପଣାମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଯଥା, ଏଫର, ଈଶୀ, ଇଲୀୟେଲ୍, ଅସ୍ରୀୟେଲ, ଯିରିମୀୟ, ହୋଦବୀୟ ଓ ଯହଦୀୟେଲ୍, ଏସମସ୍ତେ ମହାବିକ୍ରମଶାଳୀ, ବିଖ୍ୟାତ ଓ ଆପଣା ଆପଣା ପିତୃବଂଶର ପ୍ରଧାନ ଥିଲେ। 25 ଏଥିଉତ୍ତାରେ ସେମାନେ ଆପଣା ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କଲେ, ଆଉ ପରମେଶ୍ୱର ଯେଉଁ ଦେଶୀୟ ଲୋକମାନଙ୍କୁ ସେମାନଙ୍କ ସମ୍ମୁଖରେ ବିନାଶ କରିଥିଲେ, ସେମାନେ ସେମାନଙ୍କ ଦେବଗଣର ଅନୁଗାମୀ ହୋଇ ବ୍ୟଭିଚାର କଲେ।[b] 26 ତହିଁରେ ଇସ୍ରାଏଲର ପରମେଶ୍ୱର ଅଶୂରର ରାଜା ପୂଲ୍ର ମନକୁ ଓ ଅଶୂରର ରାଜା ତିଗ୍ଲତ୍-ପିଲ୍ନେଷରର ମନକୁ ଉତ୍ତେଜିତ କଲେ, ତହିଁରେ ସେ ସେମାନଙ୍କୁ, ଅର୍ଥାତ୍, ରୁବେନୀୟ, ଗାଦୀୟ, ମନଃଶିର ଅର୍ଦ୍ଧ ବଂଶୀୟ ଲୋକଙ୍କୁ ହଲହ, ହାବୋର, ହାରା ଓ ଗୋଶନ ନଦୀତୀରକୁ ଆଣିଲା, ଆଜି ପର୍ଯ୍ୟନ୍ତ ସେମାନେ ସେଠାରେ ଅଛନ୍ତି।
<- ପ୍ରଥମ ବଂଶାବଳୀ 4ପ୍ରଥମ ବଂଶାବଳୀ 6 ->