1 ବିନ୍ୟାମୀନ୍ ଆପଣା ଜ୍ୟେଷ୍ଠ ବେଲା, ଦ୍ୱିତୀୟ ଅସ୍ବେଲ ଓ ତୃତୀୟ ଅହର୍ହ; 2 ଚତୁର୍ଥ ନୋହା, ପଞ୍ଚମ ରାଫାକୁ ଜାତ କଲା। 3 ଆଉ ବେଲାର ଏହି ପୁତ୍ରମାନେ ଥିଲେ, ଅଦ୍ଦର, ଗେରା, ଅବୀହୂଦ, 4 ଅବୀଶୂୟ, ନାମାନ୍, ଆହୋହ, 5 ଗେରା, ଶଫୂଫନ୍ ଓ ହୂରମ୍। 6 ଏହୂଦର ପୁତ୍ରଗଣ ଏହି; ଏମାନେ ଗେବା ନିବାସୀମାନଙ୍କ ପିତୃବଂଶର ପ୍ରଧାନ ଥିଲେ, ଏମାନେ ବନ୍ଦୀ ହୋଇ ମାନହତ୍କୁ ନିଆଯାଇଥିଲେ। 7 ଆଉ ସେ ନାମାନ୍, ଅହୀୟ, ଗେରାକୁ ବନ୍ଦୀ କରି ନେଇଗଲା ଓ ସେ ଉଷ ଓ ଅହୀହୂଦ୍କୁ ଜାତ କଲା। 8 ପୁଣି, ସେ ସେମାନଙ୍କୁ ବିଦାୟ କଲା ଉତ୍ତାରେ ଶହରୟିମ୍ ମୋୟାବ-ପଦାରେ ସନ୍ତାନମାନଙ୍କୁ ଜାତ କଲା; ହୂଶୀମ୍ ଓ ବାରା ତାହାର ଭାର୍ଯ୍ୟା ଥିଲେ। 9 ପୁଣି, ସେ ଆପଣା ଭାର୍ଯ୍ୟା ହୋଦଶ୍ର ଗର୍ଭରେ ଯୋବବ୍, ସିବୀୟ, ମେଶା ଓ ମଲକମ୍, 10 ଯିୟୂଶ, ଶଖୀୟ ଓ ମିର୍ମକୁ ଜାତ କଲା, ଏମାନେ ତାହାର ପୁତ୍ର ଓ ପିତୃବଂଶର ପ୍ରଧାନ ଥିଲେ। 11 ଆଉ ସେ ହୂଶୀମ୍ ଗର୍ଭରେ ଆବୀଟୂବ ଓ ଇଲ୍ପାଲକୁ ଜାତ କଲା। 12 ଆଉ ଇଲ୍ପାଲର ପୁତ୍ର ଏବର ଓ ମିଶୀୟମ୍, ପୁଣି, ସମସ୍ତ ଉପନଗର ସମେତ ଓନୋର ଓ ଲୋଦ୍ର ପତ୍ତନକାରୀ ଶେମଦ୍, 13 ବରୀୟ ଓ ଶେମା, ଏମାନେ ଅୟାଲୋନ୍ ନିବାସୀମାନଙ୍କର ପିତୃବଂଶର ପ୍ରଧାନ ଥିଲେ, ଆଉ ଏମାନେ ଗାଥ୍ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।
19 ଆଉ ଶିମୀୟିର ପୁତ୍ର
22 ଆଉ ଶାଶକ୍ର ପୁତ୍ର
26 ଆଉ, ଯିରୋହମର ସନ୍ତାନ
28 ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ପିତୃବଂଶର ପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ। 29 ଆଉ ଗିବୀୟୋନ୍ର ପିତା ଯିୟେଲ ଗିବୀୟୋନ୍ରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା। 30 ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍, କୀଶ୍, ବାଲ୍, ନାଦବ୍, 31 ଗଦୋର, ଅହୀୟୋ ଓ ସଖର; 32 ପୁଣି, ମିକ୍ଲୋତ୍ ଶିମୀୟଙ୍କୁ ଜାତ କଲା। ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ। 33 ନେର୍ କୀଶ୍କୁ ଜାତ କଲା,
38 ପୁଣି, ଆତ୍ସେଲର ଛଅ ପୁତ୍ର ଥିଲେ; ସେମାନଙ୍କର ନାମ ଏହି; ଅସ୍ରୀକାମ, ବୋଖରୁ, ଇଶ୍ମାୟେଲ, ଶିୟରୀୟ, ଓବଦୀୟ ଓ ହାନନ୍। ଏସମସ୍ତେ ଆତ୍ସେଲର ପୁତ୍ର। 39 ଆଉ ତାହାର ଭ୍ରାତା ଏଶକର ପୁତ୍ରଗଣ; ତାହାର ଜ୍ୟେଷ୍ଠ ଊଲମ, ଦ୍ୱିତୀୟ ଯିୟୂଶ୍ ଓ ତୃତୀୟ ଇଲୀଫେଲଟ୍। 40 ଊଲମର ପୁତ୍ରମାନେ ମହାବିକ୍ରମଶାଳୀ, ଧନୁର୍ଦ୍ଧର ଥିଲେ ଓ ସେମାନଙ୍କର ଅନେକ ପୁତ୍ର ଓ ପୌତ୍ର, ଏକ ଶହ ପଚାଶ ଜଣ ଥିଲେ। ଏସମସ୍ତେ ବିନ୍ୟାମୀନ୍ର ସନ୍ତାନ।
<- ପ୍ରଥମ ବଂଶାବଳୀ 7ପ୍ରଥମ ବଂଶାବଳୀ 9 ->